ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ରାମ ନବମୀ ଉତ୍ସବ ପାଳିତ ।

0
35

ଟିଟିଲାଗଡ଼,୦୭.୦୪.୨୦୨୫(ଜେ.ଏନ୍.ଏସ୍.), ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିଟିଲାଗଡ଼ ଶାଖା ପକ୍ଷରୁ ପବିତ୍ର ରାମ ନବମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ହିନ୍ଦୁ ଏକତାର ଏହି ମହାନ ପର୍ବ ଅବସରରେ ଉଭୟ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ କୁମୁଡ଼ା ପାହାଡ଼ ସ୍ଥିତ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ବାହାରି ନଗର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ବଜରଙ୍ଗ ଦଳର ପ୍ରାନ୍ତ ସହ ସଂଯୋଜକ ସୌମ୍ୟ ରଞ୍ଜନ ମିଶ୍ର, ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ପ୍ରସାର ପ୍ରମୁଖ ପବିତ୍ର ଦାସ, ରାଜେଶ ପଟ୍ଟନାୟକ, ଗୌତମ ଲୋହା, ସାନ ସାହୁ, କପିଲ ରାଉତ, ପବିତ୍ର ସାହୁ, ନରସିଂ ସିଂ, ଯୁବରାଜ ସେଲମା ପ୍ରମୁଖଙ୍କ ସହ ଶତାଧିକ ସଦସ୍ୟ ସାମିଲ ଥିଲେ । ଏହି ଅବସରରେ ବଜରଙ୍ଗ ଦଳ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ସୁରକ୍ଷା ଓ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଶୋଭାଯାତ୍ରା  ସମୟରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here