ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ

0
73

ଟିଟିଲାଗଡ (ଜେଏନଏସ), ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଟିଟିଲାଗଡ ମହେଶ୍ୱର ହିନ୍ଦୀ ହାଇସ୍କୁଲର ଛାତ୍ରୀ ତଥା ସ୍ଥାନୀୟ ସର୍ଗିଗୁଡ଼ା ନିବାସୀ ତ୍ରିଲୋଚନ ସାହୁ ଓ ଶାନ୍ତିଲତା ସାହୁଙ୍କ ସୁପୁତ୍ରୀ ଲିପ୍ସା ସାହୁ ୫୪୯ (୯୧.୫%) ମାର୍କ ରଖି ଏ-ୱାନ ଗ୍ରେଡରେ କୃତିତ୍ୱ ଅର୍ଜନ କରିଛନ୍ତି । ସେହିପରି ବଡ଼ମାଳ ଗୋଳାବାରୁଦ କାରଖାନାରେ ଥିବା ଫ୍ୟାକ୍ଟ୍ରି ସ୍କୁଲର ଛାତ୍ର ରିତୁ ରଣା ୫୪୦ ମାର୍କ, ରେଙ୍ଗାଲି ହାଇ ସ୍କୁଲ କୁଇକେଡ଼ାର ଛାତ୍ରୀ ଅନୁରାଧା ସାହୁ ୫୫୧ ମାର୍କ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତୁଷୁରାର ଛାତ୍ରୀ ଆରାଧ୍ୟା ସାହୁ ୫୪୦ ମାର୍କ ରଖି ଏ-ୱାନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here