ଏସ୍.ସି.ଡ଼ି ଚକ୍ଷୁ ଚିକିତ୍ସାଳୟରେ ରେଟିନା ପରୀକ୍ଷଣ ଯନ୍ତ୍ର ଲୋକାର୍ପିତ ।

0
94

ଟିଟିଲାଗଡ଼,୨୨/୬(ଜେଏନ୍ଏସ୍), ଟିଟିଲାଗଡ଼, ପିପଲପଦର ସ୍ଥିତ ଏସ୍.ସି.ଡ଼ି ଚକ୍ଷୁଚିକିତ୍ସାଳୟରେ ରେଟିନା ପରୀକ୍ଷଣ ଯନ୍ତ୍ର ଶନିବାର ଲୋକାର୍ପିତ ହୋଇଛି । ପ୍ରକାଶ ଯେ, ଦୀର୍ଘ ବର୍ଷରୁ ଏହି ଚିକିତ୍ସାଳୟରେ ଚକ୍ଷୁ ଚିକିତ୍ସା ସହ ଅସ୍ତ୍ରୋପଚାର ହୋଇଆସୁଥିଲା । ତେବେ ମଧୁମେହ ରୋଗୀଙ୍କୁ ରେଟିନା ପରୀକ୍ଷା ପାଇଁ ସେମାନଙ୍କୁ ରେଟିନା ପରୀକ୍ଷା ହେଉଥିବା ଚିକିତ୍ସାଳୟ ଯିବାକୁ ପରାମର୍ଶ ଦିଆଯାଉଥିଲା । ଏହାକୁ ହୃଦୟଙ୍ଗମ କରି ଏସ୍.ସି.ଡ଼ି ଚକ୍ଷୁ ଚିକିତ୍ସାଳୟର ପ୍ରକଳ୍ପ ନିର୍ଦ୍ଦେଶକ ମୋହିତ ମୋହନ ଦାସ ମଧୁମେହ ରୋଗୀଙ୍କ ପାଇଁ ଉକ୍ତ ଯନ୍ତ୍ର ସ୍ଥାପନକରି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ମନସ୍ଥ କରିଥିଲେ । ଯାହାକି ଆଜି ସାକାର ହୋଇଛି । ଏହା ଜାଣିବା ପରେ ମଧୁମେହ ରୋଗୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପୂର୍ବରୁ ରୋଗୀ ମାନେ ରେଟିନା ପରୀକ୍ଷା ପାଇଁ ରାୟପୁର, ଭୁବନେଶ୍ଵର, ବିଶାଖାପାଟଣା ଆଦି ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ର ଶିକାର ହେଉଥିଲେ ।

 

ଏହି ଯନ୍ତ୍ର ମାଧ୍ୟମରେ ରେଟିନାର ସ୍ଥିତି କଣ ରହିଛି ? କିପରି ଅଛି ? କେଉଁ ଲେୟାରରେ ଅସୁବିଧା ରହିଛି ? ଏ ସଂକ୍ରାନ୍ତରେ ଥ୍ରୀଡି ଭିଡିଓ ସହ ଫଟୋ ଚିତ୍ର ମାଧ୍ୟମରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦାସ ଜଣାଇଛନ୍ତି । ଲୋକାର୍ପଣ ଉତ୍ସବରେ ଡାକ୍ତର ଏଚ୍. ଏସ. ପାତ୍ର, ଟିଟିଲାଗଡ଼ ସହରର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅନିତା ହୋତା ଏହାର ଲୋକାର୍ପଣ କରିଥିବା ବେଳେ ଡାକ୍ତର ପ୍ରଣତି ସାହୁ, ଏସସିଡି ଚକ୍ଷୁ ଚିକିତ୍ସାଳୟର ସମ୍ପାଦିକା ଅଞ୍ଜଳି ବେହେରା, ଅମିତାଭ ବେହେରା ପ୍ରୋଜେକ୍ଟ କୋର୍ଡିନେଟର, ଫିଲ୍ଡ କୋର୍ଡିନେଟର ସଇଳେନ୍ଦୁ ନନ୍ଦ ପ୍ରମୁଖ  ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here