ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

0
203

ଟିଟିଲାଗଡ଼,୦୪/୦୭/୨୦୨୫(ଜେଏନଏସ)ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀଯୁକ୍ତ ମହାପାତ୍ର ଜଣେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବରେ ବେଶ ପରିଚିତ ଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ବିଦ୍ୟାଳୟର ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେବା ସହ ବିଦ୍ୟାଳୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟ ସଭାପତି ଜ୍ୟୋତିପ୍ରକାଶ ଗଡତ୍ୟା, ସମ୍ପାଦକ ଡମ୍ବରୁଧର କର୍ମୀ, ବରିଷ୍ଠ ଆଚାର୍ଯ୍ୟ ମଦନମୋହନ ପୁଟେଲ, ଶେଷଦେବ ମେହେର, ଝୁମିରାଣୀ ମିଶ୍ର, ତରଙ୍ଗିଣୀ ମହାପାତ୍ର, ନୂତନ ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିଭେଲା, କୈଳାଶ ଚନ୍ଦ୍ର ସାହୁ, ଯୁଧିଷ୍ଠିର ପାଢ଼ୀ, ସଂଯୁକ୍ତା ପାଣିଗ୍ରାହୀ, ନୃପରାଜ ସେଠ ପ୍ରମୁଖଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here