ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ଗୁରୁତର

0
63

ସଇଁତଳା,୦୧/୦୭ (ଜେଏନ୍ଏସ୍), ସଇଁତଳା ଥାନା ଅନ୍ତର୍ଗତ କରେଲଧୁଆ ଓଭର ବ୍ରିଜ ନିକଟରେ ସୋମବାର ଆପରାହ୍ଣରେ ଏକ ଅଜଣା ଗାଡ଼ି ଧକ୍କାଦେବା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଦ୍ଵୟ ସଇଁତଲା ଥାନା ଘୁନସର ଗ୍ରାମ ନିବାସୀ ଲବ ସାହୁ(୪୫) ଓ କେସିଙ୍ଗା ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମ ନିବାସୀ ନରେନ୍ଦ୍ର ବାରିକ ବୋଲି ସୂଚନା ମିଳିଛି । ଉଭୟ ଏକ ବାଇକ ଯୋଗେ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେରେ ଗୁରୁତର ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସଇଁତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here