ଡ୍ରେନ ନିର୍ମାଣ ପାଇଁ ଦୀର୍ଘଦିନ ଧରି ରାସ୍ତା ବନ୍ଦ

0
51

ଟିଟିଲାଗଡ଼,୨୫/୦୧/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ସହର ମଧ୍ୟରେ ଡ୍ରେନ ନିର୍ମାଣ ପାଇଁ ଦୀର୍ଘଦିନ ଧରି ରାସ୍ତା ବନ୍ଦ କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ପୌରପରିଷଦ ପକ୍ଷରୁ ସହରର ଆଇ. ଲଭ. ଟିଟିଲାଗଡ ପାର୍କ ରାସ୍ତାରେ ଡ୍ରେନ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ରାସ୍ତା ପାଶ୍ୱର୍ରେ ଏକ ବେସରକାରୀ ସ୍କୁଲ ରହିଥିବା ବେଳେ ଏହା ବଲାଙ୍ଗିର ମୁଖ୍ୟ ରାସ୍ତା ସହ ସଂଯୁକ୍ତ ରହିଛି । ଏହା ମୁଖ୍ୟ ରାସ୍ତାର ପାର୍ଶ୍ଵ ରାସ୍ତା ହୋଇଥିବା ଯୋଗୁଁ ସହର ମଧ୍ୟକୁ ପ୍ରବେଶ କରୁଥିବା ବହୁ ଯାନ ବାହାନ ଏହି ରାସ୍ତାଦେଇ ଯିବାଆସିବା କରିଥାଏ। ଏଥିସହ ଏଠାରେ ଥିବା ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ପାର୍କକୁ ଆସୁଥିବା ଲୋକେ ଏହି ରାସ୍ତା ଉପରେ ସମ୍ପୂର୍ଣ ଭାବରେ ନିର୍ଭରଶୀଳ । ସଂପୃକ୍ତ ଠିକାଦାର ରାସ୍ତାକଡ଼ରେ ଡ୍ରେନ ତିଆରି ପାଇଁ ଏହି ଜନଗହଳି ରାସ୍ତାକୁ ଦୀର୍ଘଦିନ ଧରି ଉଭୟ ପଟୁ ସମ୍ପୂର୍ଣ ବନ୍ଦ କରି ରଖିବା ଦ୍ଵାରା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାସହ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ପୌର ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏଠାରେ ଥିବା ଡ୍ରେନ ଗଭୀର ଥିବା ଓ ଧନ ଜୀବନ କ୍ଷତି ହେବା ଆଶଙ୍କା ରହିଥିବା ଯୋଗୁଁ ରାସ୍ତା ବନ୍ଦ କରାଯାଇଥିବା କହିଥିଲେ ଏବଂ ଯଥାଶୀଘ୍ର ରାସ୍ତା ଖୋଲାଯିବା ନେଇ ଶ୍ରୀ ଚାନ୍ଦ୍ରକାର ପ୍ରକାଶ କରିଥିଲେ। 

LEAVE A REPLY

Please enter your comment!
Please enter your name here