ସିକେର ମଦଭାଟିରେ ଡକାୟତି

0
53

ଟିଟିଲାଗଡ଼,୦୨/୦୧/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିକେର ଠାରେ ଥିବା ସରକାରୀ ମଦଭାଟିରେ ଗତ ରାତିରେ ଡକାୟତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସିକେର ସ୍ଥିତ ରିତେଶ ସାହୁ ଲାଇ ସିଆନସଙ୍କ ସରକାରୀ ମଦଭାଟିରେ ଗତ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମଦଭାଟି ମ୍ୟାନେଜର ଅଶୋକ କୁମାରଙ୍କୁ ମାଡ଼ ମାରି ଟ୍ରେଜେରିରେ ଥିବା ୬୦ ରୁ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଏଥିସହ ମଦଭାଟିରେ ଥିବା ସି ସି ଟିଭି ଭାଙ୍ଗି ହାର୍ଡ ଡିକ୍ସ ଓ ମୋବାଇଲ ଫୋନ ନେଇ ଫେରାର ମାରିଥିଲେ । ଘଟଣା ସମ୍ପର୍କରେ ଖବରପାଇ ଟିଟିଲାଗଡ଼ ପୁଲିସ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ସନ୍ଦେହରେ କିଛି ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here