ଏକ୍ସନ୍ଏଡ୍ ପକ୍ଷରୁ ଗ୍ରାମାଞ୍ଚଳ ନେତୃତ୍ଵ ବିକାଶ ପ୍ରଶିକ୍ଷଣ ଶିବିର

0
74

ଟିଟିଲାଗଡ଼,୨୦/୦୭ (ଜେଏନ୍ଏସ୍) : ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପରିସରରେ ବେସରକାରୀ ସଂସ୍ଥା ଏକ୍ସନ୍ଏଡ୍ ପକ୍ଷରୁ ମାନବ ସୁରକ୍ଷା କର୍ମୀଙ୍କୁ ନେଇ ଗ୍ରାମାଞ୍ଚଳ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଶିବିରରେ ଟିଟିଲାଗଡ଼ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତ ତଥା ନାରେନ୍, ମହୁଲପଡ଼ା, ବାଞ୍ଜିପଦର, ବିଜେପୁର, ସିରୋଲ, ମାଲିଶିରା, ବିଟାବନ୍ଧ, ବାଙ୍କେଲ ପଞ୍ଚାୟତର ମାନବ ସୁରକ୍ଷାକର୍ମୀ ଯୋଗ ଦେଇଥିଲେ। ପଞ୍ଚାୟତରାଜ ଜିଲ୍ଲା କାର୍ଯ୍ୟାଳୟ ପ୍ରଶିକ୍ଷକ ଗୁରୁଦେବ ପ୍ରଧାନ ଓ ଗଣେଶ ପଣ୍ଡା ଯୋଗଦେଇ ତାଲିମ ଦେଇଥିଲେ । ଶିବିରରେ ସମୁଦାୟ ୫୦ ଜଣ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ । ଗ୍ରାମାଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା ପ୍ରତି ସଚେତନତା ସୃଷ୍ଟି କରିବା ସହ ନିର୍ମାଣଧିନ ଶ୍ରମିକ, ମନରେଗା, ସାଧାରଣ ବଣ୍ଟନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦିର ଲାଭ ଯୋଗ୍ୟ ହିତାଧିକାରୀ କିପରି ପାଇପାରିବେ ସେ ନେଇ ଗୁରୁତ୍ଵ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମକୁ ମୁରଲୀ ଚରଣ ଦାସ, ତୃପ୍ତିମୟୀ ପ୍ରଧାନ, ଜ୍ୟୋତିର୍ମୟୀ ଦହଲ, ସଞ୍ଜୀବ ରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ଭୂପେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here