ସେଣ୍ଟଆନି ସ୍କୁଲ, ଟିଟିଲାଗଡ଼ର ୩୫ ତମ ବାର୍ଷିକ ଉତ୍ସବ ପାଳିତ ।

0
50

ଟିଟିଲାଗଡ଼,୨୩/୧୨,(ଜେଏନ୍ଏସ୍), ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରଦାନରେ ଅଗ୍ରଣୀ ଭୂମିକା ତୁଲାଇଥିବା ସେଣ୍ଟଆନି ସ୍କୁଲର ୩୫ ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ନୂଆ ଦିଲ୍ଲୀରୁ ଡକ୍ଟର ପଲ୍ଲଭି ଚନ୍ଦେଲ ମୁଖ୍ୟ ବକ୍ତା, ଉପଜିଲ୍ଲାପାଳ ରେହାନ ଖତ୍ରୀ ବିଶିଷ୍ଟ ଅତିଥି, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର, ପ୍ରତିମା ଡେଭିଡ ଓ ସ୍କୁଲ ଅଧ୍ୟକ୍ଷା ବିନା ଭର୍ଗିସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହି ସ୍କୁଲ ପ୍ରମୁଖ ଭୂମିକା ତୁଲାଇଥିବା ଓ ଉତ୍କୃଷ୍ଟ ବିଦ୍ୟାର୍ଥୀ ସୃଷ୍ଟି କରିପାରିଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here