ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ସୁଧାରିବାକୁ ଅଣ୍ଟା ଭିଡ଼ିଲା ବଜରଙ୍ଗ ଦଳ

0
89

ସଇଁତଳା,୩୦/୦୭ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ପୀଡ଼ିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଏହାର ପ୍ରମୁଖ କାରଣ ହୋଇଥିବା ବିଶେଷଜ୍ଞ ଦଳ ମତ ଦେଇଛନ୍ତି । ଏହାକୁ ନେଇ ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ଦେଖାଦେଇ ସହରରେ ବ୍ଲିଚିଙ୍ଗ ପାଉଡର ଯୋଗାଣ କରାଯାଇଛି । ସ୍ଥାନୀୟ ବଜରଙ୍ଗ ଦଳ ଶାଖା ସହରର ପରିମଳ ବ୍ୟବସ୍ଥା ସଜାଡିବାକୁ ଅଣ୍ଟା ଭିଡ଼ିଛି । ଦଳ ତରଫରୁ ସହରର ବିଭିନ୍ନ ସାହିର ଗଳିକନ୍ଦିରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରାଯାଇଛି । କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ସଭାପତି ଯୁବରାଜ ନାଏକ, ଉପସଭାପତି ରାକେଶ ସାହୁ, ଅଜିତ ପଟେଲ, ରୋଶନ ସାହୁ, ସୁଶିଲ ରଣା ଅଭିଳାଷ ବୈଠାରୁ, ଦିବ୍ୟମ ମିଶ୍ର, ପରମାସାହୁ, ଡୁଲେଶ୍ୱର୍ ସାହୁ, ପିଣ୍ଟୁ ସାହୁ, ଦେବେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here