ଟ୍ରେନ ରୁ ସୁନା ଚୋରୀ କରୁଥିବା ସାନସି ଗ୍ୟାଙ୍ଗ ସଦସ୍ୟ ଗିରଫ

0
37

ଟିଟିଲାଗଡ଼,୧୩/୦୬/୨୦୨୫(ଜେ.ଏନ୍.ଏସ୍.), ଟ୍ରେନରୁ ଯାତ୍ରୀଙ୍କ ସୁନା ଚୋରୀ କରୁଥିବା ଗ୍ୟାଙ୍ଗର ଜଣେ ସଦସ୍ୟକୁ ହରିଆଣାରୁ ଗିରଫ କରିବାରେ ଟିଟିଲାଗଡ଼ ଜିଆରପି ସଫଳ ହୋଇଛି । ଏଥିସହ ଏହି ରାକେଟର ପର୍ଦ୍ଦାଫାଶ କରିବାକୁ ଟିଟିଲାଗଡ଼ ଜିଆରପି ତଦନ୍ତକୁ ବ୍ୟାପକ କରିଛି । ସୂଚନା ଅନୁଯାୟୀ ଗତ ଏପ୍ରିଲ ମାସ ୨୨ ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଏକ ପରିବାର ନାନ୍ଦେଡ ସମ୍ବଲପୁର ନାଗାବଳୀ ସୁପର ଫାଷ୍ଟ ଟ୍ରେନର ତୃତୀୟ ଶ୍ରେଣୀ ଏସି କୋଚରେ କେସିଙ୍ଗା ଆସୁଥିଲେ । କେସିଙ୍ଗା ଷ୍ଟେସନରେ ଟ୍ରେନର ଅଳ୍ପ ସମୟ ରହଣି ଯୋଗୁଁ ଓହ୍ଲାଇବାକୁ ସୁବିଧା ଦୃଷ୍ଟିରୁ କେସିଙ୍ଗା ପହଞ୍ଚିବା ପୂର୍ବରୁ ସେମାନେ ତାଙ୍କ ନିକଟରେ ଥିବା ୧୦ ଗୋଟି ବ୍ୟାଗ୍ କୋଚର ଗେଟ ନିକଟକୁ ଆଣି ରଖିଥିଲେ । ଏହି ସମୟରେ ଗେଟ ନିକଟରେ ଥିବା ୨ ଜଣ ଯୁବକ ସେମାନଙ୍କୁ ସାମାନ ଆଣିବାରେ ସାହାଯ୍ୟ କରିଥିଲେ । ଏଥିସହ ଷ୍ଟେସନ ପହଞ୍ଚିବାକୁ କିଛି ସମୟ ଲାଗିବ ବୋଲି କହି ତାଙ୍କୁ ସିଟରେ ବସିବାକୁ କହିଥିଲେ । ମହିଳାମାନେ  ସିଟରେ ବସିବାକୁ ଯାଇଥିବା ବେଳେ ଉକ୍ତ ୨ ଯୁବକ ଟ୍ରଲି ବ୍ୟାଗ ଖୋଲି ସେଥିରେ ଥିବା ୨୬୦ ଗ୍ରାମର ସୁନା ଅଳଙ୍କାର ଚୋରାଇ ଚମ୍ପଟ ମାରିଥିଲେ । ସଂପୃକ୍ତ ପରିବାର ଘରକୁ ଯାଇ ବ୍ୟାଗ୍ ଖୋଲି ଦେଖିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପରଦିନ ଚୋରିର ଶିକାର ହୋଇଥିବା ପ୍ରଜ୍ଞା ପରମିତା ସାହୁ ନାମକ ମହିଳା ଟିଟିଲାଗଡ଼ ଜିଆରପି ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଆରପି  ତଦନ୍ତକୁ ବ୍ୟାପକ କରିଥିବା ବେଳେ ଘଟଣା ସହ ହରିଆଣାର ସାନସି ନାମକ ଏକ ଚୋରି ରାକେଟର ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା । ବର୍ତ୍ତମାନ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ପୁଲିସ ହାତରେ ଧରାପଡ଼ିବା ପରେ ଏହି ରାକେଟର ସମ୍ପୂର୍ଣ ପର୍ଦ୍ଧାଫାଶ ହେବା ନେଇ ଆଶା ଦେଖାଦେଇଥିବା ଜିଆରପି ଥାନା ଅଧିକାରୀ ବିନୟ ଭୋଇ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here