ସଂସ୍କାର ଭାରତୀ ଟିଟିଲାଗଡ ଶାଖା କର୍ମକର୍ତ୍ତା ଚୟନ

ଟିଟିଲାଗଡ଼,୦୯/୧୦(ଜେଏନଏସ), ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସଂସ୍କାର ଭାରତୀ ଅନୁଷ୍ଠାନ ଟିଟିଲାଗଡ ଶାଖା ର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି।ସର୍ବସମ୍ମତି କ୍ରମେ ଶାଖା ସଭାପତି ଭାବରେ   ଜ୍ୟୋତିପ୍ରକାଶ ଗଡ଼ତ୍ୟା,ପ୍ରଶାନ୍ତ ବେହେରା ଉପସଭାପତି,ଦୀପକ ସମାଦ୍ଦାର ସମ୍ପାଦକ,ଶ୍ୱେତ କୁମାର ସାହୁ ସହ ସମ୍ପାଦକ,ସତ୍ୟବ୍ରତ ପଣ୍ଡା ସାଙ୍ଗଠନିକ ସମ୍ପାଦକ ଏବଂ ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।ସେହିପରି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବରେ ରାଜୀବ ଲୋଚନ ପାଢ଼ୀ, ଜଗନ୍ନାଥ ପଣ୍ଡା,ଡ଼.ଛାୟାକାନ୍ତ ଷଡ଼ଙ୍ଗୀ, ଯୁଗଳ କିଶୋର ଷଡ଼ଙ୍ଗୀ, ସେବକ ଚରଣ ଦାଶ ଓ ହିମାଂଶୁ ଶେଖର ଦାଶ ପ୍ରମୁଖ ମନୋନୀତ ହୋଇଛନ୍ତି।ଭାରତୀୟ କଳା,ସାହିତ୍ୟ,ସଂସ୍କୃତି ଓ ଐତିହ ର ସୁରକ୍ଷା ପାଇଁ ସମର୍ପିତ ଏହି ଅନୁଷ୍ଠାନର ସର୍ବ ଭାରତୀୟ ସମ୍ମିଳନୀ ଆସନ୍ତା ୧୨ ତାରିଖରେ ଟିଟିଲାଗଡ଼ ରେ ସଫଳତାର ସହିତ ସମ୍ପନ୍ନ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles