ସେଣ୍ଟ ଜେଭିୟାର୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା

0
49

ଟିଟିଲାଗଡ଼,୨୫/୧୨,(ଜେଏନ୍ଏସ୍), ସ୍ଥାନୀୟ ସେଣ୍ଟ ଜେଭିଅର୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଏ ସ୍କୁଲର ପ୍ରତିଷ୍ଠାତା ସତ୍ୟବ୍ରତ ପଣ୍ଡା ଏହାକୁ ଉଦଘାଟନ କରିଥଲେ । ଆୟୋଜିତ ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନଙ୍କ ୨୨ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଛାତ୍ରଛାତ୍ରୀମାନେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଚନ୍ଦ୍ରୟାନ, ବୃକ୍ଷର ଉପକାରିତା, ଉନ୍ନତ ମାଟି ପାତ୍ର ନିର୍ମାଣ ସମ୍ପର୍କରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିମଲ ଦୀପ, ଶିକ୍ଷକ ରାଜେଶ ବାଗ, ଶିକ୍ଷୟତ୍ରୀ ମଞ୍ଜୁଲତା ଶତପଥୀ, ଶର୍ମିଲା ସାହୁ, ବାସନ୍ତୀ ନାଗ, ନିରୁପମା ସେଠ, କେ.ବନ୍ଦନା, ସାହୀନ ବେଗମ, ବିନ୍ଦୁ କଟା, ସ୍ୱପ୍ନା ଲାକ୍ରା, ସରସ୍ଵତୀ ସାଗର, ଗୌରୀ ବାଗ ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ଅଭିଭାବକ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here