ଟିଟିଲାଗଡ଼ ଜୁମା ମସଜିଦ ସମ୍ପାଦକଙ୍କ ଦେହାନ୍ତ

0
66

ଟିଟିଲାଗଡ଼,୧୯/୧୧,(ଜେଏନ୍ଏସ୍), ଟିଟିଲାଗଡ ଜୁମା ମସଜିଦ ସମ୍ପାଦକ ମହମ୍ମଦ ତୋଫିକଙ୍କ ସୋମବାର ତାଙ୍କ ପଦ୍ମନାଭପୁର ସ୍ଥିତ ବାସ ଭବନରେ ଦେହାନ୍ତ ଘଟିଛି । ସେ ଦୀର୍ଘ ତିନି ଦଶନ୍ଧି ଧରି ମସଜିଦର ସମ୍ପାଦକ ଭାବରେ ସଫଳତାର ସହ ଦାୟିତ୍ଵ ନିର୍ବାହ କରି ଆସିଥିଲେ । ସହରର ଏକ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀ ଭାବରେ ତାଙ୍କ ସ୍ଵତନ୍ତ୍ର ପରିଚୟ ରହିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସହରର ସମସ୍ତ ବର୍ଗ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସ୍ଥାନୀୟ ବିଧାୟକ ନବୀନ ଜୈନ ତାଙ୍କ ଶେଷ ଦଶର୍ନ କରିବା ସହ ଶୋକାକୁଳ ପରିବାରକୁ ସ୍ୱାନ୍ତନା ଦେଇଥିଲେ। ସ୍ଥାନୀୟ କବରସ୍ଥାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇଥିବା ବେଳେ ଶବାଧାରରେ ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । 

LEAVE A REPLY

Please enter your comment!
Please enter your name here