ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ

0
50

ଟିଟିଲାଗଡ଼,୧୬/୦୧/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନୋଡାଲ ଅଫିସର ବେଲାଳସେନ ନାୟକ ଆତ୍ମ ସୁରକ୍ଷା କୋଶଳ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।ଏହି ତାଲିମ ଶିବିର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ ଓ ପଲ୍ଲବୀ ଭରାସାଗର ତାଲିମ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଲିପ୍ସା ଆଚାରି, ପ୍ରକାଶ ଚନ୍ଦ୍ର ପ୍ରଧାନ, ଥବିର ସାହୁ, ଅବଳ ମାଝୀ, ମନୀଷ ଦୀପ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here