ବରିଷ୍ଠ ଆଇନଜୀବୀ ସୁଧିର ମହାରଣା ଙ୍କ ପରଲୋକ

ଟିଟିଲାଗଡ,୨୬/୧୦(ଜେଏନଏସ), ଟିଟିଲାଗଡ ସହରର ବରିଷ୍ଠ ଆଇନଜୀବୀ ସୁଧିର ମହାରଣା(୭୮) ଙ୍କ ହୃଦଘାତରେ ତାଙ୍କ ରଘୁନାଥ ପଡ଼ା ସ୍ଥିତ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ସୁନନ୍ଦିତା, ତିନି ପୁଅ ଙ୍କ ସହ ପରିଜନ ଉପସ୍ଥିତ ଥିଲେ।ସ୍ବର୍ଗତ ମହାରଣା କର୍ମମୟ ଜୀବନରେ ଜଣେ ସଫଳ ଆଇନଜୀବୀ ଭାବରେ ବେଶ ପରିଚିତ ଥିଲେ।ସୋମବାର ସକାଳୁ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବା ନେଇ ପରିବାର ସଦସ୍ୟ ଙ୍କ ଠାରୁ ସୂଚନା ମିଳିଛି। ତାଙ୍କ ପରଲୋକ ରେ ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ଓକିଲ ସଂଘ ସଭାପତି ସଞ୍ଜୟ ବେହେରା,ସମ୍ପାଦକ ମହେଶ ମହାନ୍ତି,ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ,ଚେମ୍ବର୍ ଅଫ୍ କମର୍ସ ର ସଭାପତି ଈଶ୍ୱର ଚନ୍ଦ୍ର ଜୈନ, ଗୁଜୁରାଟୀ ସମାଜ ଅଧ୍ୟକ୍ଷ ହରିଶ ରାୟଥାଥା ପ୍ରମୁଖ ଙ୍କ ସହ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles