ଶିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ

0
67

ଟିଟିଲାଗଡ଼,୧୧/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ଶିରିଡି ସାଇ ସଂସ୍ଥାନ ପକ୍ଷରୁ ସହରର ମୁଡ଼ାବନ୍ଧ ନିକଟରେ ଶିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଗୁରୁ ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ମନ୍ଦିର ପ୍ରତିଷ୍ଠା କରିଥିଲେ । ଗତ ୬ ତାରିଖ ଠାରୁ ମନ୍ଦିର ପ୍ରାଙ୍ଗଣରେ ଅଖଣ୍ଡ ଜ୍ୟୋତି ସ୍ଥାପନ ସହ ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସୋମବାର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଗୁରୁ ଶ୍ରୀ ଶତପଥୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତିପୂତ ସମର୍ପଣ ମନୋଭାବ ନେଇ ମନ୍ଦିର ପରିଚାଳନା କରିବାକୁ ପରିଚାଳନା କମିଟିକୁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଶାନ୍ତ ବେହେରା, ପ୍ରଦୀପ ଦେ, ସୁଧୀର ମେହେର, ପଦ୍ମନାଭ ବେହେରା, ଚିନ୍ତାମଣି ମହାପାତ୍ର, କେ ଶେଶଗିରି ରାଓ, ବିଶ୍ଵ ପାତ୍ର, ଦୀପକ ସମାଦାର, ମନୋରଞ୍ଜନ ବାଗ ପ୍ରମୁଖଙ୍କ ସହ ଶତାଧିକ ଭକ୍ତ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here