ସଇଁତଳାରେ ସପ୍ତାହବ୍ୟାପି ଶ୍ରୀମଦ ଭାଗବତ କଥାମୃତ ଉଦଘାଟିତ

ସଇଁତଳା,୦୬/୦୯,(ଜେଏନଏସ), ସ୍ଥାନୀୟ ସଇଁତଳା ଗୋୟଲ୍ ପରିବାର ପକ୍ଷରୁ ସ୍ଥାନୀୟ ଭାଗବତ ମଣ୍ଡପଠାରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ କଥାମୃତ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି ଅବସରରେ ଗୋୟଲ୍ ସମାଜ ଓ ମାରୱାଡ଼ି ସମ୍ପ୍ରଦାୟର ବହୁ ମହିଳା ଓ ପୁରୁଷ ଏକ କଳସ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବୃନ୍ଦାବନରୁ ମହାରାଜ ଶ୍ରୀଶ୍ରୀ ସଞ୍ଜୟ କୃଷ୍ଣ ଉପାଧ୍ୟୟଙ୍କ ସହ ବାବା ମୁନ୍ନାଲାଲ, ନାରାୟଣ ଦାସ, ମଥୁରାମ, ମହାବୀର, ନଗରମାଳ, ବସନ୍ତ ଲାଲ, ପରମାନନ୍ଦ,  ଗୋବିନ୍ଦ ରାମ, ଦୁର୍ଗା ପ୍ରସାଦ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଆସନ୍ତା ୧୨ ତାରିଖ ଯାଏ ପ୍ରତିଦିନ ଅପରାହ୍ନ ୩.୩୦ ଘଣ୍ଟାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଭାଗବତ କଥା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆୟୋଜିତ କଳସ ଶୋଭାଯାତ୍ରାରେ ଶଙ୍କରଲାଲ ଅଗ୍ରୱାଲ, ବଜରଙ୍ଗଲାଲ ଅଗ୍ରୱାଲ, ଗୋକୁଳ ପ୍ରସାଦ ଅଗ୍ରୱାଲ, ଭୀମସେନ ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଅର୍ଜୁନଲାଲ ଅଗ୍ରୱାଲ, ରାଜକୁମାର ଅଗ୍ରୱାଲ, ତୁଳସୀରାମ ଅଗ୍ରୱାଲ, କିଷାନଲାଲ  ଅଗ୍ରୱାଲ, କପିଳ ପ୍ରସାଦ ଅଗ୍ରୱାଲ, ଗଜାନନ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ସଞ୍ଜୀବ ଅଗ୍ରୱାଲ, ଦ୍ୱାରିକା ପ୍ରସାଦ ଅଗ୍ରୱାଲ, ନନ୍ଦକିଶୋର ଅଗ୍ରୱାଲ, ହରିପ୍ରସାଦ ଅଗ୍ରୱାଲ ପ୍ରମୁଖଙ୍କ ସହ ବହୁ ଭକ୍ତ ଯୋଗଦେଇଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles