ଟିଟିଲାଗଡ଼ ଶ୍ୟାମାକାଳୀ ମନ୍ଦିର ମଠ ମହନ୍ତଙ୍କ ପରଲୋକ

0
88

ଟିଟିଲାଗଡ଼୧୯/୬(ଜେଏନ୍ଏସ୍), ଟିଟିଲାଗଡ଼ ଶ୍ୟାମାକାଳୀ ମନ୍ଦିର ମଠର ମହନ୍ତ ଶ୍ରୀ ଅଦ୍ରିକାନନ୍ଦ ସରସ୍ଵତୀ ମହାରାଜ (୬୫)ଙ୍କ ଗୁରୁବାର ପ୍ରାତଃ ରେ ପରଲୋକ ଗମନ ହୋଇଛି । ସେ ଗତ ତିନିଦିନ ଧରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଥିଲେ । ଦୀର୍ଘ ବର୍ଷ ଧରି ସେ ଟିଟିଲାଗଡ଼ ସହରରେ ରହି ଶ୍ୟାମାକାଳୀ ମନ୍ଦିର ପ୍ରତିଷ୍ଠା ସହ ପରିଚାଳନା କରି ଆସୁଥିଲେ । ମନ୍ଦିର ପରିସରରେ  ଧାର୍ମିକ ଓ ଆଧ୍ୟାତ୍ମିକ ପୁସ୍ତକର ଏକ ଗ୍ରନ୍ଥାଘର ଆରମ୍ଭ କରି ଭକ୍ତଙ୍କୁ  ପୁସ୍ତକ ପଠନ ପ୍ରତି ଅନୁପ୍ରାଣିତ କରୁଥିଲେ । ମନ୍ଦିର ପରିଚାଳନା କମିଟି, ବିଭିନ୍ନ ମଠରୁ ଆସିଥିବା ମହନ୍ତ ଓ ବହୁ ଭକ୍ତଙ୍କ ଗହଣରେ ମନ୍ଦିର ନିକଟରେ ଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ସହରର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। 

LEAVE A REPLY

Please enter your comment!
Please enter your name here