ବଡ଼ମାଳ ଗୋଳାବାରୁଦ କାରଖାନାର ଉତ୍ପାଦନ ଓ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି

0
42

ଟିଟିଲାଗଡ଼,୦୬.୦୪.୨୦୨୫(ଜେ.ଏନ୍.ଏସ୍.), ବଲାଙ୍ଗିର ଜିଲ୍ଲାର ବଡ଼ମାଳ ଗୋଲାବାରୁଦ କାରଖାନା ନିଗମ ଅଧିନସ୍ଥ ହେବା ପରେ ଏହାର ଉତ୍ପାଦନ ଓ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା କାରଖାନା ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି । ଏ ନେଇ ଶନିବାର କାରଖାନା ସଭାଗୃହରେ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଗତ ୩ ବର୍ଷ ମଧ୍ୟରେ ବ୍ୟବସାୟ ଦୁଇଗୁଣା ହୋଇଥିବା ଉଲ୍ଲେଖ କରିଥିଲେ । ଗତ ୨୦୨୧-୨୨ ମସିହାରେ କାରଖାନାର ଉତ୍ପାଦନ କ୍ଷମତା ୪୪୩କୋଟିର ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୮୯୦କୋଟି ଟଙ୍କାରେ ପହଞ୍ଚିଛି।

୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ଗୋଳାବାରୁଦ କାରଖାନାରୁ ୧୯୯୭ ମସିହାରେ ଉତ୍ପାଦନ ଆରମ୍ଭ ହୋଇଥିଲା । ୧୨ ହଜାର ଏକର ପର୍ଯ୍ୟବେସିତ ଏହି କାରଖାନା  ଗତ ୨୦୨୧-୨୨ରେ ଏହା ନିଗମ ଅଧିନକୁ ଆସିଥିଲା । ମ୍ୟୁନିସନ୍ ଇଣ୍ଡିଆ ଲିମିଟେଟ୍ ଏହାର ପରିଚାଳନା ଦାୟିତ୍ଵ ନେବା ପରେ ଏହାର ଉତ୍ପାଦନ ତଥା ବ୍ୟବସାୟ ଦ୍ଵିଗୁଣିତ ହୋଇଛି ଏବଂ ବର୍ତ୍ତମାନ ପ୍ରତିରକ୍ଷା ସମ୍ବନ୍ଧିୟ ୫୦ରୁ ଅଧିକ ପ୍ରକାରର ଗୋଳା ବାରୁଦ ଉତ୍ପାଦିତ ହେଉଛି । ବର୍ତ୍ତମାନ କାରଖାନାରେ ୧୯୦୦ କର୍ମଚାରୀ,୫୦୦ ସୁରକ୍ଷା କର୍ମୀ ଓ ୩୦୦ରୁ ଅଧିକ ଦିନ ମଜୁରିଆ ନିଯୁକ୍ତ ଥିବା ସିଜିଏମ୍ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏଥିସହ ସାମାଜିକ ଉତ୍ତରଦାୟିତ୍ୱ ତୁଲାଇବାରେ ମଧ୍ୟ କାରଖାନା ପକ୍ଷରୁ ନିୟମିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାପ୍ରବନ୍ଧକ ପି.ଏଲ୍.ଭେସକର, ଯୁଗ୍ମ ମହାପ୍ରବନ୍ଧକ ରାମ କୁମାର, ମହମ୍ମଦ ରାଉଫ, ପ୍ରଭାସ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here