ଟିଟିଲାଗଡ ରେ ଭଗବାନ ଶିବ କଥା କାର୍ଯ୍ୟକ୍ରମ ଉଦଘାଟିତ

ଟିଟିଲାଗଡ଼,୨୫/୧୨(ଜେଏନଏସ),ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥା ଦ୍ଵାରା ସପ୍ତାହ ବ୍ୟାପି ଭଗବାନ ଶିବ କଥା କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ଏହାକୁ ନେଇ ସହରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ସହର ତଥା ସହର ବାହାରୁ ଶ୍ରଦ୍ଧାଳୁ ଙ୍କ ଅସଂଖ୍ୟ ଭିଡ଼ ଦେଖିବାକୁ ମିଳିଛି। ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୭ ଘଣ୍ଟା ଯାଏ କଥା ମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେକେ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଖନ୍ତୁ ନନ୍ଦୀ ସଦୃଶ ସମର୍ପଣ ର ରହସ୍ୟ,କିପରି ପହଞ୍ଚିବେ ଶିବ ଙ୍କ କୈଳାଶ ଧାମ,ମୃତ୍ୟୁରୁ ପାର ହେବାର ଶାଶ୍ଵତ ପଥ କଣ?,କେବଳ ନାମ ଜପରେ ମୋକ୍ଷ ସମ୍ଭବ କି?,ଗଙ୍ଗା ଅବତରଣ ର ବୈଜ୍ଞାନିକ ବିଶ୍ଳେଷଣ ଆଦି ପ୍ରସଙ୍ଗ କଥା ର ମୁଖ୍ୟ ଆକର୍ଷଣ ରହିଛି। ଉଦଘାଟନୀ ଉତ୍ସବରେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ,ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି ପ୍ରମୁଖ ଙ୍କ ସହ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୂକୃପା ଲାଭ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles