କବାଡ଼ି ଆଳରେ ଚୋରା କାରବାର ; ମାଷ୍ଟର ମାଇଣ୍ଡ ସହ ୪ ଗିରଫ

0
71

ଟିଟିଲାଗଡ଼,୧୬/୦୩/୨୦୨୫,(ଜେଏନ୍ଏସ୍) : ଟିଟିଲାଗଡ଼ ସହର ମଧ୍ୟରେ କବାଡ଼ି ବ୍ୟବସାୟ ଅହେତୁକ ଭାବରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କବାଡ଼ି ବ୍ୟବସାୟ ଆଳରେ ବିଦ୍ୟୁତ ଉପକରଣ ଓ ତାର ଚୋରିରେ ସଂପୃକ୍ତ ଥିବା ମାଷ୍ଟର ମାଇଣ୍ଡ ସହ ୪ ଅଭିଯୁକ୍ତକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ଟାଟା ପାୱାର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ବିଦ୍ୟୁତ ତାର ସହ ବିଭିନ୍ନ ଉପକରଣ ଚୋରି ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଟିଟିଲାଗଡ଼ ଥାନା କେସ ନଂ ୯୦/୨୦୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶନିବାର ଟିଟିଲାଗଡ଼ ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ହିନ୍ଦି ହାଇସ୍କୁଲ ଛକଠାରେ ଥିବା ଏମ୍.ଡି. ନଦିମର କବାଡ଼ି ଦୋକାନ ମଧ୍ୟରୁ ଚୋରି ବିଦ୍ୟୁତ ତାର ଓ ଉପକରଣ ଜବତ କରିଛି । ଚୋରି କାରବାରର ମାଷ୍ଟର ମାଇଣ୍ଡ ଏମ୍.ଡି. ନଦିମ ସହ ଅଭିଯୁକ୍ତ ନିରାକାର ସାହୁ, ବିଜୟ ଗୋପାଲ ନାୟକ, ନିଧି ଚନ୍ଦନ ଓ କ୍ଷତ୍ରୀୟ  ଭୋଇକୁ ଗିରଫ କରିଛି । ଏଥିସହ ସହ ଚୋରି କାରବାରରେ ବ୍ୟବହୃତ ବାଇକ ଓଡି୦୩-ଏ-୫୧୮୨କୁ ମଧ୍ୟ ପୁଲିସ ଜବତ କରିଛି । ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି । 

LEAVE A REPLY

Please enter your comment!
Please enter your name here