ସୋଲାର ପ୍ଲେଟ୍ ଚୋରା ଚାଲାଣ ; ପିକଅପ ଭ୍ୟାନ ଜବତ, ୩ ଗିରଫ

0
72

ସଇଁତଳା,୦୯/୧୦,(ଜେଏନ୍ଏସ୍) ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଗୁର୍ଲାମାଲ ଛକ ନିକଟରେ ଥିବା ପପନ ଢ଼ାବା ପରିସରରେ ସୋଲାର ପ୍ଲେଟ ଚୋରା ଚାଲାଣ କରୁଥିବା ଏକ ପିକଅପ୍ ଭ୍ୟାନ ଜବତ ସହ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସଇଁତଳା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ର ଅଜିତ ସାହୁ ଏବଂ ଗୁର୍ଲାମାଲ ଗାଁ ର  ଅମିତ ସାହୁ ଓ ଲଳିତ ସାହୁ ଦେଓଗାଁ ଅଞ୍ଚଳର ଏକ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ୍ ଚୋରିକରି ପିକଅପ ଭ୍ୟାନ ଯୋଗେ ଚାଲାଣ କରୁଥିବା ବେଳେ ସଇଁତଳା ପୁଲିସ ପେଟ୍ରୋଲିଂ ଟିମ ହାବୁଡ଼ରେ ପଡ଼ିଥିଲେ । ଘଟଣାକୁ ନେଇ ସଇଁତଳା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । 

LEAVE A REPLY

Please enter your comment!
Please enter your name here