‘ଆଧ୍ୟାତ୍ମିକ ଜ୍ଞାନ ସୁଖୀ ଜୀବନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

0
71

ଟିଟିଲାଗଡ଼,୦୮/୧୦,(ଜେଏନ୍ଏସ୍) ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ‘ଆଧ୍ୟାତ୍ମିକ ଜ୍ଞାନ ଦ୍ଵାରା ସୁଖୀ ଜୀବନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ସଚେତନା କାର୍ଯ୍ୟକ୍ରମରେ ପୌରଅଧ୍ୟକ୍ଷା ମମତାଦେବୀ ଜୈନ ମୁଖ୍ୟଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ଚେମ୍ବର୍ ଅଫ କମର୍ସ ସଭାପତି ଈଶ୍ୱର ଚନ୍ଦ୍ର ଜୈନ ସମ୍ମାନିତ ଅତିଥି ଏବଂ ରାଜସ୍ଥାନ ମାଉଣ୍ଟ ଆବୁରୁ ବି କେ ଭଗବାନ ଭାଇ ମୁଖ୍ୟବକ୍ତା ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ପ୍ରତି ସମାଜରେ ମନୁଷ୍ୟ ସମସ୍ୟା ବହୁଳ ତଥା ଚାପଗ୍ରସ୍ତ ଜୀବନଯାପନ କରୁଥିବା ବେଳେ ଆଧ୍ୟାତ୍ମିକ ଜ୍ଞାନ ଲାଭ ଦ୍ଵାରା ଏହା ବହୁ ପରିମାଣରେ ଲାଘବ ହୋଇପାରିବ । ଏଥିସହ ରାଜଯୋଗକୁ ଦିନଚର୍ଯ୍ୟାରେ ସାମିଲ କରିବା ଦ୍ୱାରା ଶରୀର ଓ ମନରେ ସକାରାତ୍ମକ ଶକ୍ତିର ଅଭ୍ୟୁଦୟ ହେବାସହ ମନ ଅପରାଧିକ ଚିନ୍ତାଧାରାରୁ ଦୂରେଇ ରହିଥାଏ ବୋଲି ମୁଖ୍ୟବକ୍ତା ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମ କୁମାରୀ ଦାମିନି, ମନିଷା ପ୍ରମୁଖ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here