ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ

0
87

ଟିଟିଲାଗଡ଼,୨୬/୦୮(ଜେଏନ୍ଏସ୍): ସ୍ଥାନୀୟ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ଦହିହାଣ୍ଡି ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲର ନର୍ସରୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜକୁ ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତକରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମନୋଜ୍ଞ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟର ନୃତ୍ୟ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ ଓ ଶିକ୍ଷୟିତ୍ରୀ ସସ୍ମିତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ସମୂହ ନୃତ୍ୟ ମାଧ୍ୟମରେ ଶ୍ରୀକୃଷ୍ଣଜନ୍ମର ଅଭିନୟ କରିଥିଲେ । କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ମାଟିହାଣ୍ଡି ଚିତ୍ରଣ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ଉପାଧ୍ୟକ୍ଷ ପିତାମ୍ବର ଶର୍ମା ଏବଂ ଯୋଗଗୁରୁ ପ୍ରମୋଦ ସାହୁ ସଙ୍ଗୀତ ପରିବେଷଣ ଏବଂ ମନ୍ତ୍ରପାଠ କରିଥିଲେ । କର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସୁନନ୍ଦା ଜତି, ମାନେଜିଂ ଟ୍ରଷ୍ଟି ଶ୍ୟାମଲତା ଅଗ୍ରୱାଲ, ପରିଚାଳନା କମିଟି ସଦସ୍ୟ ଉମା ଦେବୀ ଜୈନ, ଆଡମିନ ଡାଇରେକ୍ଟର ସୁଶ୍ରୀ ଧରିତ୍ରୀ ମହାନ୍ତି, ମୁଖ୍ୟ ସଂଯୋଜକ ଅନୁପମା ଚୌଧୁରୀ, ଦୁର୍ଗା ସୋନି, ଭି.ଭି ପାଣି, ମୌମିତା ଚୌଧୁରୀ, ସୁନିତା ମିଶ୍ର, ସୁଶିଲ ମଲ୍ଲିକ, ମୋହନ ତାଣ୍ଡି, ଭାସ୍କର ଭୋଇ, ଶତ୍ରୁଘ୍ନ ନାଏକ, ନୀତିନ ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here