ଟିଟିଲାଗଡରେ ହେବ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ଵିଲ୍ଡିଂ ଚମ୍ପିୟାନସିପ୍

ଟିଟିଲାଗଡ,୨୪/୦୨(ଜେଏନଏସ),ଟିଟିଲାଗଡ ସହୀଦ ଜିମ୍ନେସିୟମ ପକ୍ଷରୁ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ ଆସନ୍ତା ଫେବୃଆରୀ ୨୭ ଓ ୨୮ ତାରିଖ ରେ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଂ ଚାମ୍ପିୟନସିପ ଅନୁଷ୍ଠିତ ହେବ।ଏହାକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜକ ଙ୍କ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି।ଓଡ଼ିଶା ଅଲମ୍ପିକ ଆସୋସିଏସନ୍ ସିକୃତୀ ପ୍ରାପ୍ତ ତଥା ଓଡ଼ିଶା ବଡି ବିଲ୍ଦିଂ ଆସୋସିଏସନ୍ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରୁ ୨୦୦ ଖେଳାଳୀ ଅଂଶ ଗ୍ରହଣ କରିବେ।ପ୍ରତିଯୋଗିତାରେ ୫୦ କେଜି ରୁ ଆରମ୍ଭ କରି ପ୍ରତି ୫ କେଜି ଭିନ୍ନତା ରେ ୧୦ ଟି ଓଜନ ଶ୍ରେଣୀ ରହିଛି।ସେହିପରି ୧୬୫ ସେମି ଉଚ୍ଚତା ଅନ୍ତର୍ଗତ ଓ ଉର୍ଦ୍ଧରେ ଦୁଇଟି ଉଚ୍ଚତା ଶ୍ରେଣୀ ସହ ୪୫ ବର୍ଷ ଉର୍ଦ୍ଧ ସ୍ଵତନ୍ତ୍ର ବିଭାଗ ଏବଂ ମହିଳା ବିଭାଗ ରେ ଗୋଟିଏ ଶ୍ରେଣୀ ରହିଛି।ପ୍ରତିଯୋଗିତାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୀର୍ତ୍ତି ହାସଲ କରିଥିବା ଖେଳାଳୀ ଅଂଶ ଗ୍ରହଣ କରି ଅନ୍ୟ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିବେ।ବିଜେତା ଙ୍କୁ ୫ ଫୁଟ ୯ ଇଞ୍ଚ ଉଚ୍ଚତା ବିଶିଷ୍ଟ ଉତ୍କଳ ଶ୍ରୀ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯିବ।କାର୍ଯ୍ୟକ୍ରମ ରେ ଉପମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,ସ୍ଥାନୀୟ ବିଧାୟକ ନବୀନ ଜୈନ ଓ ପୌରଅଧ୍ୟକ୍ଷା ମମତା ଦେବୀ ଜୈନ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ନେଇ ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ସଭାପତି ରବି କିରଣ ସ୍ୱାଇଁ,ଉପଦେଷ୍ଟା କମ୍ବୁପାଣି ପାଢ଼ୀ,ଉପସଭାପତି ସଞ୍ଜୟ ପାଢ଼ୀ,ସମ୍ପାଦକ ସନତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles