ଟିଟିଲାଗଡ ବାଳିକା ହାଇସ୍କୁଲ ପରିସରରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

0
32

ଟିଟିଲାଗଡ,୨୯/୧୦(ଜେଏନଏସ),ଟିଟିଲାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଙ୍କଜ ମେହେର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା,ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ,ମଞ୍ଚ ର ପଶ୍ଚିମ ଓଡ଼ିଶା ମଣ୍ଡଳ ସଭାପତି ବେଲାଲ ସିଂ ଭୋଇ, ଉପଦେଷ୍ଟା ବାସୁଦେବ ସାହୁ,ବରିଷ୍ଠ ସଦସ୍ୟ ନରେନ୍ଦ୍ର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଓଡ଼ିଆ ଭାଷା,ସାହିତ୍ୟ ଓ ସ୍ୱାଭିମାନ ପାଇଁ ଉତ୍ସର୍ଗିକୃତ ଉତ୍କଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ବିଦ୍ୟାଳୟ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ,ବୀର ସୁରେନ୍ଦ୍ର ସାଏ, ସ୍ଵଭାବ କବି ଗଙ୍ଗାଧର ମେହେର,ଉତ୍କଳମଣି ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରମୁଖ ଙ୍କ ପ୍ରତିମୂର୍ତ୍ତି କୁ ଅତିଥିବୃନ୍ଦ ଉନ୍ମୋଚିତ କରିବା ସହ ସେମାନଙ୍କ ଶ୍ରୁତି ଚାରଣ କରିଥିଲେ।ପ୍ରଯୋଜକ ଙ୍କ ଏହି ଉଦ୍ୟମ କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜୈନ ଭୂୟସୀ ପ୍ରଶଂସା କରିବା ସହ ଏହା ବରପୁତ୍ର ଙ୍କ ଜୀବନୀ ଓ ଅବଦାନ ସମ୍ଵନ୍ଧରେ ଛାତ୍ରୀ ମାନଙ୍କୁ ଅବଗତ କରାଇବାରେ ସହାୟକ ହେବ ବୋଲି ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here