ଦୀର୍ଘଦିନ ଧରି ଷ୍ଟ୍ରିଟ ଲାଇଟ ଅଚଳ

0
34

ସଇଁତଳା,୦୬/୦୩/୨୦୨୫,(ଜେଏନ୍ଏସ୍) : ସଇଁତଳା ବ୍ଲକ ଅନ୍ତର୍ଗତ ଘୁମସର ଗ୍ରାମର ୱାର୍ଡ ନଂ ୬ ଠାରେ ଦୀର୍ଘଦିନ ଧରି ଷ୍ଟ୍ରିଟ ଲାଇଟ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ୬ ମାସରୁ ଉର୍ଦ୍ଧ ଧରି ଏହି ୱାର୍ଡର ୪ଟି ଷ୍ଟ୍ରିଟ ଅଚଳ ହୋଇ ପଡ଼ିଥିବା ଯୋଗୁଁ ଅଞ୍ଚଳବାସୀ ତଥା ଏହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ଏହାକୁ ନେଇ ଅଞ୍ଚଳବାସୀ ସ୍ଥାନୀୟ ସରପଞ୍ଚଙ୍କ ସହ ପଞ୍ଚାୟତ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗକରି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ଏହା କାର୍ଯ୍ୟକ୍ଷମ କରା ନ ଗଲେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯିବା ନେଇ ଗ୍ରାମର ଦୂର୍ବାଦଳ ସାହୁ, ଲକ୍ଷ୍ମୀ ସାହୁ, କପିଳ ସାହୁ, ରମାକାନ୍ତ ସାହୁ, ଶିବ ସାହୁ, ଯୁଧିଷ୍ଟିର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here