ଜମି ବିବାଦକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖରେ ଧାରଣା

0
99

ଟିଟିଲାଗଡ଼,୧୮/୦୭ (ଜେଏନ୍ଏସ୍) : ଏକ ଜମି ବିବାଦକୁ ନେଇ ପୀଡ଼ିତା ପରିବାର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ ସଇଁତଳା ତହସିଲ ଅନ୍ତର୍ଗତ ସଇଁତଲା ଗ୍ରାମର ସ୍ୱର୍ଗତ ଗୁଲଠୁ ସାହୁଙ୍କ ଦୁଇ ପୁଅ ସତ୍ୟ ସାହୁ ଓ ଶେଷଦେବ ସାହୁ ତାଙ୍କ ୨ ଭଉଣୀଙ୍କୁ ନ ଜଣାଇ ଏକଚାଟିଆ ଭାବରେ ପ୍ରାୟ ୧୫ ଏକର ଜମି ନିଜ ନାମରେ କରାଇ ନେଇଛନ୍ତି । ସ୍ୱର୍ଗତ ଗୁଲଠୁ ସାହୁଙ୍କ ଦୁଇ ଝିଅଙ୍କ ପୁଅ ମାନଙ୍କୁ ପୂର୍ବ ତହସିଲଦାର ଉତ୍ତରାଧିକାରୀ ଭାବରେ ଜଣାଇ ଥିବାବେଳେ ତେବେ ବର୍ତ୍ତମାନର ତହସିଲଦାର ଜମି ହଡ଼ପକାରୀଙ୍କୁ ସହଯୋଗ କରିଥିବା ପୀଡିତ ପରିବାର ଅଭିଯୋଗ କରିଛନ୍ତି । ଏପରିକି ସେମାନଙ୍କ ମିଥ୍ୟା ଦସ୍ତଖତ କରାଇ ଜମି ସବୁ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗୁଲଠୁଙ୍କ ଝିଅ ତପସ୍ୱିନୀଙ୍କ ତିନି ପୁଅ ପ୍ରଦ୍ୟୁମ୍ନ, ଶ୍ୟାମକୁମର ଏବଂ ନାରାୟଣ ପୁର୍ବରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । ଆଇନ ଅନୁଯାୟୀ ଅଜାଙ୍କ ସମ୍ପତିରେ ତାଙ୍କ ମାଁଙ୍କ ଅନ୍ତେ ସେମାନଙ୍କ ହକ ଥିବାବେଳେ ତାଙ୍କୁ ଉତ୍ତରାଧିକାରୀ ଭାବରେ ତହସିଲଦାର ନ୍ୟାୟରୁ ବଞ୍ଚିତ କରିଥିବା ନେଇ ଅଭିଯୋଗ କରିଛନ୍ତି । ଏକ ମାସ ପୁର୍ବରୁ ଅଜାଙ୍କ ସମ୍ପତିକୁ ଦୁଇ ମାମୁଁ ନିଜ ନାମରେ ପଟ୍ଟା କରେଇ ନେବାସହ ଉକ୍ତ ଜମିକୁ ବିକ୍ରିକରି ଚାଲିଥିବା ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଧାରଣାର ଖବରପାଇ ଟିଟିଲାଗଡ଼ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ପହଞ୍ଚି ପୀଡ଼ିତ ତିନି ଭାଇଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ କରିବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । 

LEAVE A REPLY

Please enter your comment!
Please enter your name here