ଉପଖଣ୍ଡ ସ୍ତରୀୟ ମାରାଥନ ପ୍ରତିଯୋଗିତା

0
40

ଟିଟିଲାଗଡ଼,୨୩/୦୧/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ଏଥଲେଟିକ ଆସୋସିଏସନ ପକ୍ଷରୁ ବୁଧବାର ଉପଖଣ୍ଡ ସ୍ତରୀୟ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତାଦେବୀ ଜୈନ ମୁଖ୍ୟଅତିଥି ଭାବରେ ଯୋଗଦେଇ ପତକା ଦେଖାଇ ମାରାଥନର ଶୁଭାରମ୍ଭ କରିବା ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଟିଟିଲାଗଡ଼ ବଲାଙ୍ଗିର ରାସ୍ତା ବାଞ୍ଜିଝାଲ ଗ୍ରାମ ନିକଟରୁ ପୁରୁଷବର୍ଗର ୧୦ କିଲୋମିଟର ଏବଂ ମାତୃ-ଶିଶୁ ଡାକ୍ତରଖାନାରୁ ମହିଳା ବର୍ଗର ୫ କିଲୋମିଟର ଦୌଡ଼ ଆୟୋଜିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାରେ ୮୩ ଜଣ ପୁରୁଷ ଓ ୨୯ ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ପୁରୁଷ ବର୍ଗରେ ଧରଣୀ ପାଣ୍ଡେ ପ୍ରଥମ, ପ୍ରଶାନ୍ତ ନାଏକ ଦ୍ଵିତୀୟ ଓ ସିଦ୍ଧେଶ୍ୱର ମାଝୀ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ମହିଳା ବର୍ଗର ଆରତୀ ମାଝୀ ପ୍ରଥମ, ରାକସି ମାଝୀ ଦ୍ଵିତୀୟ ଓ ପାୟଲ ଛତର ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଜାନୁୟାରୀ ୨୬ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପୁରସ୍କୃତ କରାଯିବା ନେଇ ସ୍ଥିରୀକୃତ ହୋଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ପାଢ଼ୀ ଦୌଡ଼ ସମ୍ପୂର୍ଣ୍ଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଦାଶ, ଉପସଭାପତି ସନ୍ତୋଷ ପ୍ରଧାନ, ଯୁଗ୍ମ ସମ୍ପାଦକ ଦନାର୍ଦ୍ଦନ ହୋତା, କୋଷାଧକ୍ଷ ରାମନାଥ ଖମାରୀ,  ଯୁଗ୍ମ ସମ୍ପାଦକ ପଦ୍ମନାଭ ବେହେରା, କାର୍ଯ୍ୟକାରୀ କମିଟି ସଦସ୍ୟ ଶରତ ମିଶ୍ର, ଦୀପକ ସମ୍ମାଦାର, ଲିଙ୍ଗରାଜ ସାହୁ, ପ୍ରଦୀପ ସାହୁ, ଦେବ ମିଶ୍ର, ଘିନୁ ଆଡ଼ଯୁଆଡ଼, ଚକ୍ର ପାଣିଗ୍ରାହୀ, ପ୍ରମୋଦ ସରାଫ, ପ୍ରକାଶ ସରାଫ, ପ୍ରକାଶ ଗୋଏଲ, ଆନନ୍ଦ ପାଣ୍ଡେ, ମାମରାଜ ଜୈନ, ଈଶ୍ୱର ଜୈନ, ହେମେନ୍ଦ୍ର ନାଥ ହାଁସଦା, ରାଜେଶ ସ୍ୱାଇଁ, ହେମନ୍ତ ବେହେରା, ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here