ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

0
68

ଟିଟିଲାଗଡ଼,୧୫/୧୧,(ଜେଏନ୍ଏସ୍) ଟିଟିଲାଗଡ଼ ଠାରେ ଆୟୋଜିତ ତ୍ରି ଦିବସୀୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଗୁରୁବାର ଉଦଯାପିତ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି,  ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ବାବୁଲିଚରଣ ସେଠି, କୃଷି ବିଭାଗ ନିର୍ବାହୀଯନ୍ତ୍ରୀ ଲାସା ମୁର୍ମୁ, ଏଡିଓ ସୁରେନ୍ଦ୍ର ନାଥ ଘୋଡା, ଯନ୍ତ୍ରୀ ନରେନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାଦ୍ୱାରା ଚାଷୀକୁଳ ଉତ୍ସାହିତ ହେବେ ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲଙ୍କ ସହ ବିଭାଗୀୟ ଅଧିକାରୀ ଓ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here