ଉପଖଣ୍ଡ ସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଘାଟିତ

0
101

ସଇଁତଳା,୦୩/୦୭ (ଜେଏନ୍ଏସ୍), ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ କ୍ରୀଡାଙ୍ଗନ ଶିକ୍ଷକ ଶିବିର ଉଦଘାଟିତ ହୋଇଯାଇଛି। ଆୟୋଜିତ ଦ୍ଵି-ଦିବସୀୟ ପ୍ରଶିକ୍ଷଣ ଶିବିରରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ୫ ଟି ବ୍ଲକର ଶତାଧିକ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଟିଟିଲାଗଡ଼ ବ୍ଲକ କ୍ରୀଡା ସମ୍ପାଦିକା ପଦ୍ମଯା ବହିଦାର, କୁବେର ଲାଲ ବେହେରା, ଆଶିଷ ଦେବ ସା, ଦିଲ୍ଲୀପ ଧାରୁଆ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାଥୀଙ୍କୁ ଉତ୍ସାହିତ କରିଥିଲେ ।

ଶିବିରରେ ବିଭିନ୍ନ ପ୍ରକାର ଖେଳ ବିଷୟରେ ପ୍ରଶିକ୍ଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର ଉଦଘାଟନୀ ସଭାର ଅଧ୍ୟକ୍ଷତା କରିଥିବା ବେଳେ ସଇଁତଳା ବ୍ଲକ କ୍ରୀଡ଼ା ସମ୍ପାଦିକା ରଞ୍ଜିତା ମିଶ୍ର ଧନ୍ୟବାଦ୍ ପ୍ରଦାନ କରିଥିଲେ । ଶିବିର ପରିଚାଳନାରେ ପ୍ରଶାନ୍ତ ବାଗ, ଦିନମଣି ପୋଢ୍, ବିନୋଦ ବେହେରା, ସୁଦର୍ଶନ ନାୟକ, ରାଧାଗୋବିନ୍ଦ ନାୟକ, ବନିତା ବାନଛୋର, ହେମନ୍ତ ପ୍ରଧାନ, ବାସୁଦେବ ସୁନାନୀ, ସ୍ୱାଗତିକା ଶତପଥୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here