ଉପଖଣ୍ଡସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳିତ

0
114

ଟିଟିଲାଗଡ଼,୧୬/୦୮(ଜେଏନ୍ଏସ୍): ସ୍ଥାନୀୟ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଖେଳ ପଡିଆ ଠାରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରେହାନ ଖତ୍ରୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା ଅଙ୍କିତା କୁମ୍ଭାର, ତହସିଲଦାର ଶୁଭାଶିଷ ଶତପଥୀ, ସହକାରୀ ଜିଲ୍ଲାପାଳ ସନ୍ଦିପ କୁମାର ଚନ୍ଦ୍ରକାର, ପୌରପରିଷଦ ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ପ୍ରମୁଖ ଯୋଗଦେଇଥିଲେ । ପ୍ୟାରେଡରେ ମୋଟ ୨୬ ଗୋଟି ପ୍ଲାଟୁନ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଅତିଥି ବୃନ୍ଦ ସ୍ଥାନୀୟ ଉପକାରାଗାର ଯାଇ ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ । ଅପରାହ୍ଣରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଏକ ବନ୍ଧୁତ୍ଵ ପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର ନାରାୟଣ ମିଶ୍ର, ପ୍ରେମଚାନ୍ଦ ଜୈନ, ତ୍ରିନାଥ ସରାଫ, ଚିନ୍ତାମଣି ମହାପାତ୍ର, ଦୀପକ ସମାଦାର, ପ୍ରଶାନ୍ତ ବେହେରା, ଧବଳେଶ୍ଵର ଦଳବେହେରା, ଅଲେଖ ଦଳବେହେରା ପ୍ରମୁଖଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here