ସଇଁତଳାରେ ଗଡ଼ିଲା ସୁଭଦ୍ରା ରଥ

0
127

ସଇଁତଳା,୦୭/୦୯,(ଜେଏନଏସ), ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ତଥା ସଚେତନତାକୁ ନେଇ ରାଜ୍ୟ ବ୍ୟାପି ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ରଥର ଶୁଭାରମ୍ଭ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଇଁତଳା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟଅତିଥି, ସାଂସଦଙ୍କ ପ୍ରତିନିଧି ଅକ୍ଷୟ ରଣା, ସଇଁତଳା ସିଡିପିଓ ଗୁଲାପି ନାଏକ ଓ ଟିଟିଲାଗଡ଼ ସିଡିପିଓ ସୁଷମା ପାଢ଼ୀ ପ୍ରମୁଖ ଯୋଗଦେଇ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ୫ ଦିନ ଧରି ସଇଁତଳା ବ୍ଲକ ଅନ୍ତର୍ଗତ ୨୨ଟି ପଞ୍ଚାୟତ ପରିଭ୍ରମଣ କରି ହିତାଧିକାରୀଙ୍କୁ ସଚେତନ କରିବ । କାର୍ଯ୍ୟକ୍ରମରେ ସୁପରଭାଇଜର  କ୍ଷୀମନ୍ତିନୀ ମଲ୍ଲିକ, ପ୍ରଭାତନଳିନୀ ପଣ୍ଡା, ସହାୟିକା ସୁନିତା ଭରାସାଗର, କୋଷାଧ୍ୟକ୍ଷ ତରୁଣ ଧରୁଆ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା, ପିଏ ହେମନ୍ତ ଭୋଇ, ଅକ୍ଷୟ ସାହୁ, ମୋତିଲାଲ ଖମାରୀ, ଅଶୋକ ପ୍ରଧାନ, ରାଜାରାମ ଭୋଇ, ନନ୍ଦୀ ସାହୁ, ଗୋପୀନାଥ ବଗର୍ତ୍ତି, ରିଚପାଳ ଦୋରା ପ୍ରମୁଖଙ୍କ ସହ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here