ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

0
56

ଟିଟିଲାଗଡ଼,୧୧/୦୬/୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ପୌର ପରିଷଦ କୁମୁଡ଼ା କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ, ତହସିଲଦାର ଶୁଭାଶିଷ ଶତପଥୀ, ସିଡ଼ିପିଓ ସୁଷମା ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ଵୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ଲକ ଅନ୍ତର୍ଗତ ୧୪ ଟି ସ୍ଵଂୟ ସହାୟିକା ଗୋଷ୍ଠୀ ଅଂଶ ଗ୍ରହଣ କରିଥିବା ବେଳେ ବିଜେପୁର ପଞ୍ଚାୟତ ତରାସିଙ୍ଗାର ଜୟମା ସନ୍ତୋଷି ଏସ୍.ଏଚ୍.ଜି. ପ୍ରଥମ ଏବଂ ଖୋଲାନର ଗଜଲକ୍ଷ୍ମୀ ଏସ୍.ଏଚ୍.ଜି. ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ବିଜେତାଙ୍କୁ ୫ ହଜାର ଟଙ୍କା ସହ ଟ୍ରଫି ଏବଂ ଦ୍ଵିତୀୟ ପୁରସ୍କାର ବିଜେତାଙ୍କୁ ୪ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here