ଲୋକୋ ପାଇଲଟ ଙ୍କ ଅକାଳ ବିୟୋଗ

ଟିଟିଲାଗଡ,୧୧/୯(ଜେଏନଏସ), ଟିଟିଲାଗଡ ରେଳ ବିଭାଗ ରେ କାର୍ଯ୍ୟରତ ସହକାରୀ ଲୋକୋ ପାଇଲଟ ଶୁଭଦୀପ ବୋଷ (୩୩) ଙ୍କ ଗୁରୁବାର ମଧ୍ୟାହ୍ନ ରେ ଅକାଳ ବିୟୋଗ ଘଟିଛି।ସୂଚନା ଅନୁଯାୟୀ ସ୍ବର୍ଗତ ବୋଷ ଏକାଧିକ ରୋଗରେ ପୀଡ଼ିତ ଥିବାବେଳେ କିଛିଦିନ ପୂର୍ବରୁ ତାଙ୍କ ଅସ୍ତ୍ରୋପଚାର ହୋଇଥିଲା।ବୁଧବାର ସନ୍ଧ୍ୟାରେ ସେ ଡ୍ୟୁଟି ସାରି ଆସିଥିଲେ। ଗୁରୁବାର ସକାଳୁ ଭୀଷଣ ପେଟ ଯନ୍ତ୍ରଣା ହେବାରୁ ସହକର୍ମୀ ମାନେ ତାଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା।ସ୍ବର୍ଗତ ବୋଷ ଙ୍କ ପରିବାର ସଦସ୍ୟ ସୂଚନାପାଇ କୋଲକାତା ରୁ ଟିଟିଲାଗଡ ଅଭିମୁଖେ ବାହାରିଥିବା ବେଳେ ତାଙ୍କ ମୃତଦେହ କୁ ଶବ ସଂରକ୍ଷିତ ଗୃହ ରେ ରଖାଯାଇଛି।ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles