ଅଂଶୁଘାତରେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ

0
94

ଟିଟିଲାଗଡ଼,୨୯/୫ (ଜେଏନ୍ଏସ୍), ଟିଟିଲାଗଡ଼ ସହରରେ ତାପମାତ୍ରା ବୃଦ୍ଧି ପାଇ ଗୁରୁବାର ୪୬ ଡିଗ୍ରୀରେ ପହଞ୍ଚିଛି। ଫଳରେ ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି(ବୁଧବାର) ଅଂଶୁଘାତରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ସହର ମଧ୍ୟରେ ଦୟନୀୟସ୍ଥିତିରେ ବିଭିନ୍ନ ସ୍ଥାନରେ ବୁଲୁଥିବା ଜଣେ ମାନସିକ ବିକୃତ ବ୍ୟକ୍ତି  ଆଜି ଦିନ ୩ଟା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଟଳି ପଡ଼ିଥିଲେ । ସ୍ଥାନୀୟ ପୁଲିସ ସୂଚନା ପାଇ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇ ଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ଦ୍ଵାରା ମୃତ ଶରୀରକୁ ଶବସଂରକ୍ଷିତ ଗୃହରେ ରଖାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ମୃତକ ଜଣେ ମାନସିକ ବିକୃତ ବ୍ୟକ୍ତି ହୋଇଥିବାରୁ ତାଙ୍କ ପ୍ରକୃତ ପରିଚୟ ପାଇଁ ପୁଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here