ଭୁବନେଶ୍ଵର ,୦୬/୦୩/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) :ଇଂରାଜୀରେ ସୃଜନଶୀଳ ଲେଖା ପାଇଁ ୨୦୨୪-୨୫ ବର୍ଷ ପାଇଁ ସୁଷମା (ପାଣିଗ୍ରାହୀ) ରଥ ପୁରସ୍କାର ଘୋଷଣା କରାଯାଇଛି । ଶ୍ରେଷ୍ଠ ନିବନ୍ଧ ପୁରସ୍କାର ଛତ୍ରପୁରର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସୁଶ୍ରୀ ଏନ. ହରପ୍ରିୟା ରେଡ୍ଡୀଙ୍କୁ ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଦ୍ଵାରା ପୁରସ୍କାର ରାଶି ବାବଦରେ ୧୦,୦୦୦ ଟଙ୍କା ଏବଂ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଅନ୍ୟ ଦୁଇଟି ମେରିଟ୍ ପୁରସ୍କାର ଭାବରେ ୨୦୦୦ ଟଙ୍କା ଓ ପ୍ରମାଣପତ୍ର ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସେଠୀ (କୃଷି ମହାବିଦ୍ୟାଳୟ, ଓୟୁଏଟି, ଭୁବନେଶ୍ୱର) ଏବଂ ସୁଶ୍ରୀ କୀର୍ତ୍ତି ସୌମ୍ୟା ମୁଣ୍ଡା (ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର) ଙ୍କୁ ଦିଆଯାଇଛି । ପଦ୍ମଭୂଷଣ ଭକ୍ତଭୂଷଣ ରଥ ଓଡ଼ିଶାର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟର ମହିଳା ଛାତ୍ରୀମାନଙ୍କ ପାଇଁ ୨୦୧୭ମସିହାରୁ ଇଂରାଜୀରେ ଏକ “ସୃଜନଶୀଳ ଲେଖା ପ୍ରତିଯୋଗିତା” ଆରମ୍ଭ କରିଛନ୍ତି । ଇଂରାଜୀ ଭାଷାରେ ସୃଜନଶୀଳ ଲିଖନ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କରାଯାଉଛି ।