ଟାଟା ପାୱାରର ଲକି ଡ୍ର ବିଜେତାଙ୍କୁ ସମ୍ବର୍ଦ୍ଧନା

0
98

ଟିଟିଲାଗଡ଼,୧୬/୦୮(ଜେଏନ୍ଏସ୍): ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଟାଟା ପାୱାର କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳନ ଅବସରରେ କମ୍ପାନୀ ପକ୍ଷରୁ ଆୟୋଜିତ ଲକି ଡ୍ର ବିଜେତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି । ନିୟମିତ ବିଦ୍ୟୁତ ବିଲ ପୈଠ କରୁଥିବା ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ପେ ଏଣ୍ଡ ୱିନ, ଖୁଲ ଯା ସିମ ସିମ୍ ସ୍କିମ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଗତ ମାସର ବିଜେତା ଭାବରେ ଟିଟିଲାଗଡ଼ ବହିଦାର ପଡ଼ା ନିବାସୀ ନୀଳାମ୍ବର ମିଶ୍ରଙ୍କୁ ପ୍ରଥମ ପୁରସ୍କାର ଭାବରେ ଏକ ସ୍ମାର୍ଟ ମୋବାଇଲ ଫୋନ, ଦ୍ଵିତୀୟ ପୁରସ୍କାର ଭାବରେ ସିନ୍ଧେକେଲା ଟିକେ ଗ୍ରାମର ଘାଟୁ ରଣାଙ୍କୁ ଏକ ସାରେଗାମା କାରଭାନ ଏବଂ ତୃତୀୟ ପୁରସ୍କାର ଭାବରେ ଖଜୁର ପଡ଼ାର ସରିତା ବେହେରାଙ୍କୁ ଏକ ସୋଲାର ଲେମ୍ପ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗର ଏହି ଯୋଜନା ଗ୍ରାହକଙ୍କୁ ନିୟମିତ ବିଲ ପୈଠ କରିବାକୁ ଉତ୍ସାହିତ କରୁଥିବା ଦେଖାଯାଇଛି । 

LEAVE A REPLY

Please enter your comment!
Please enter your name here