ଟାଟା ପାୱାର ଟିଟିଲାଗଡ଼ ଡିଭିଜନର ସଂଗ୍ରହ ଲକ୍ଷ୍ୟ ପୁରଣ

0
34

ଟିଟିଲାଗଡ଼,୦୮.୦୪.୨୦୨୫(ଜେ.ଏନ୍.ଏସ୍.), ଟାଟା ପାୱାର ଟିଟିଲାଗଡ଼ ଡିଭିଜନ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ସଂଗ୍ରହ ଲକ୍ଷ୍ୟ ପୁରଣ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ୪ଟି ସବ ଡ଼ିଭିଜନ ତଥା ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼ ଓ ସଇଁତଳା ନିଜ ନିଜ ନିର୍ଦ୍ଧାରିତ ସଂଗ୍ରହ ଲକ୍ଷ୍ୟ ଅତିକ୍ରମ କରିଛନ୍ତି ।ଟିଟିଲାଗଡ଼ ଡିଭିଜନ ସମୁଦାୟ ୨୬ କୋଟି ୫୦ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ବେଳେ ଏଥିରେ ଭିଜିଲାନ୍ସ କେସରୁ ଆଦାୟ ଜୋରିମାନା ଅର୍ଥ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଟାଟା ପାୱାର ପକ୍ଷରୁ ଗ୍ରାହକଙ୍କୁ ସଠିକ ସମୟରେ ବିଦ୍ୟୁତ ବିଲ ପୈଠ କରିବାପାଇଁ ବିଭିନ୍ନ ଆକର୍ଷଣୀୟ ଯୋଜନା ପ୍ରଚଳନ କରାଯିବା ସହ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ସହଜ ଓ ସୁଲଭ କରାଯାଇଛି ଏହା କମ୍ପାନୀର ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣରେ ବେଶ ସହାୟକ ହୋଇଥିବା ଦେଖିବାକୁ ମିଳିଛି । ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶାରେ (ଟିପିଡବ୍ଲୁଓଡ଼ିଏଲ୍) ବରଗଡ଼ ଡିଭିଜନ ପ୍ରଥମ ଓ ଟିଟିଲାଗଡ଼ ଡିଭିଜନ ଦ୍ଵିତୀୟ ସ୍ଥାନରେ ରହିଥିବା ବିଭାଗୀୟ ସୂଚନା ମିଳିଛି । ଟିଟିଲାଗଡ଼ ଡିଭିଜନର ଏହି ସଫଳତା ହାସଲ ପରେ ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ ବୁଧବାର କାର୍ଯ୍ୟାଳୟ ପରିସରରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଉତ୍ସବ ପାଳନକରି ସେମାନଙ୍କୁ ଉତ୍ସାହିତ କରିଥିଲେ । 

LEAVE A REPLY

Please enter your comment!
Please enter your name here