ସ୍କୁଲଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ୱିତ

0
144

ଟିଟିଲାଗଡ଼,୨୯/୦୮(ଜେଏନ୍ଏସ୍):  ରାଜ୍ୟ ତଥା ଦେଶରେ ମହିଳାମାନଙ୍କ ପ୍ରତି ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବ୍ଲକ ପରସରା ପଞ୍ଚାୟତର ସିଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ସଂପୃକ୍ତ ସମ୍ପୃକ୍ତ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।ତେବେ ଘଟଣାକୁ ଥାନାକୁ ନ ନେଇ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଭରପୁର ଉଦ୍ୟମ ଚାଲିଥିବା ଜଣାପଡିଛି । ଘଟଣା ସମ୍ଵନ୍ଧରେ ଅଭିଯୋଗ ପାଇବାପରେ ଟିଟିଲାଗଡ଼ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଏବଂ କୋଦଣ୍ଡ ଭୋଇ ତଦନ୍ତ ସହ ଏଥିରେ ସତ୍ୟତା ଥିବା ଜାଣିବାକୁ ପାଇଥିଲେ । ଉଭୟ ଅଧିକାରୀ ତଦନ୍ତ ରିପୋର୍ଟ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ପ୍ରଦାନ କରିଥିଲେ । ରିପୋର୍ଟ ପାଇବାପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂପୃକ୍ତ ଶିକ୍ଷକ ମନୋଜ ବାରିକଙ୍କୁ କାର୍ଯ୍ୟାଳୟ ଚିଠି ନମ୍ବର ୧୭୭୯ ତାରିଖ ୨୮/୮/୨୪ରେ ନିଲମ୍ବନ କରିବା ସହ ବିଜେପୁର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇ ପରବର୍ତ୍ତୀ ଆଦେଶ ନ ହେବା ପର୍ଯ୍ୟନ୍ତ ଛୁଟିରେ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ସ୍ପର୍ଶକାତର ମାମଲା ପ୍ରଚାରିତ ହେବା ପରେ ସଂପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରାଯିବାକୁ ସାଧାରଣରେ ଦାବି ହୋଇଛି । 

LEAVE A REPLY

Please enter your comment!
Please enter your name here