ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ

0
126

ବଲାଙ୍ଗିର,୨୯/୬ (ଜେଏନ୍ଏସ୍),ବଲାଙ୍ଗିର ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଚାଲିଥିବା ଦୁଇଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । କ୍ଷେତ୍ରୀୟ ସଂଯୋଜକ ତଥା ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ, କନ୍ଧମାଳ, ସୋନପୁର, ଏବଂ ବଲାଙ୍ଗିର ଆଦି ୪ ଟି ଜିଲ୍ଲା ର ଆଦର୍ଶ ବିଦ୍ୟାଳୟରୁ ୨୮ ଜଣ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ଏବଂ ୨୫ ଜଣ ଗଣିତ ଶିକ୍ଷକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦ୍ଵୀପପ୍ରଜ୍ଵଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଝାଙ୍କର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରି ଥିଲେ । ଏଥିସହ ପ୍ରଶିକ୍ଷଣ ଶିବିରରୁ ଅର୍ଜିତ ଜ୍ଞାନ ଏବଂ କୌଶଳକୁ ବ୍ୟବହାର କରି ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷାକୁ ଉନ୍ନତ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ପୂର୍ବ ବର୍ଷର ସିବିଏସି ପ୍ରଶ୍ନପତ୍ରର ବିଶ୍ଳେଷଣ, ଏକ ଶିକ୍ଷାବର୍ଷ ମଧ୍ୟରେ ପାଠ୍ୟକ୍ରମର ଯୋଜନା, ଛାତ୍ରମାନଙ୍କ ମୂଲ୍ୟାୟନ, କ୍ରିୟାକଳାପ ଏବଂ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡନକୁ କିପରି ରୋକାଯାଇ ପାରିବ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟ ସଂଗଠନର ସହକାରୀ ନିର୍ଦେଶକ ଚନ୍ଦନ କୁମାର ରଥ ଯୋଗ ଦେଇ ବିଦ୍ୟାଳୟଗୁଡ଼ିକରେ ଶିକ୍ଷଦାନର ମାନ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଶିକ୍ଷିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସାଟିର୍ଫିକେଟ ପ୍ରଦାନ କରାଯାଇ ଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପୃଥ୍ବୀ ରାଜ ସାହୁ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ସାହୁ, ସଞ୍ଜୟ ମିଶ୍ର, ଆଇନଜୀବୀ ଭକ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଗୋପବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here