ତେରାପନ୍ଥ ମହିଳା ମଣ୍ଡଳ ସମ୍ବର୍ଦ୍ଧିତ

0
97

ଟିଟିଲାଗଡ଼,୦୧/୦୯(ଜେଏନ୍ଏସ୍): ପୌର ପରିଷଦ ପକ୍ଷରୁ ଅନୁଷ୍ଠିତ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମାଜ ସେବାରେ ଉତ୍ସର୍ଗୀକୃତ ସ୍ଥାନୀୟ ତେରାପନ୍ଥ ମହିଳା ମଣ୍ଡଳକୁ ସମ୍ବର୍ଦ୍ଧିତ କରାଯାଇଛି । ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଏବଂ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମହିଳା ମଣ୍ଡଳର  ପ୍ରତିନିଧିଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶଯୋଗ୍ୟ ଯେ, ସହର ମଧ୍ୟରେ  ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର, ମହିଳା ସ୍ୱାବଲମ୍ବନ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆୟୋଜିତ କରି ତେରାପନ୍ଥ ମହିଳା ମଣ୍ଡଳ ସମାଜ ସେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମହିଳା ମଣ୍ଡଳ ଅଧ୍ୟକ୍ଷା ବବି ଜୈନ, ମନ୍ତ୍ରୀ ଦୀପିକା ଜୈନ, କୋଷାଧ୍ୟକ୍ଷ ପୂଜା ଜୈନ ପ୍ରମୁଖଙ୍କ ସହ କାର୍ଯ୍ୟକାରିଣୀ ସଦସ୍ୟ ସୁନ୍ଦରୀ ଜୈନ, ଶାନ୍ତି ଜୈନ, ମଞ୍ଜୁ ଜୈନ, କାନ୍ତା ଜୈନ, ଶାନ୍ତି ଜୈନ, ହିରାମଣି ଜୈନ, ମେମ୍ ଜୈନ, ଗାୟତ୍ରୀ ଜୈନ ଓ ଲଳିତା ଜୈନ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here