ଚୋରମରା, ମହାବୀର ପେପର ମିଲରେ ଭୟାବହ ଅଗ୍ନିକାଣ୍ଡ

0
95

ଟିଟିଲାଗଡ଼,୩୦/୬(ଜେଏନଏସ),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚୋରମରା ପେପର ମିଲ ରେ ରବିବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ବେଳେ କାରଖାନା ପରିସରରେ ଥିବା ଗୋଦାମ ଗୃହରେ ଗଚ୍ଛିତ ଥିବା କାଗଜ ଓ ବିଭିନ୍ନ ରାସାୟନିକ ସାମଗ୍ରୀ ଯୋଗୁଁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ କାରଖାନାର ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଓ କ୍ଷୟ କ୍ଷତିର ପ୍ରକୃତ ଆକଳନ ଚାଲିଥିବା କାରଖାନା ସି.ଓ. ପ୍ରଫୁଲ୍ଲ ମେହେର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here