ଆସନ୍ତା ୫ରୁ ଆରମ୍ଭ ହେବ ୧୬ତମ ‘ମଠଖାଇ ନାଟ୍ୟମହୋତ୍ସବ’

0
52

ବଲାଙ୍ଗିର,୧୯/୧୨,(ଜେଏନ୍ଏସ୍),ବଲାଙ୍ଗିର କୋଶଲ କଳାମଣ୍ଡଳ ପଡିଆଠାରେ ଆସନ୍ତା ୫ ତାରିଖରୁ ୧୬ତମ ମଠଖାଈ ନାଟ୍ୟମହୋତ୍ସବ ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମଠଖାଇ ପ୍ରଚାରପ୍ରସାର କମିଟିର ମୁଖ୍ୟ ଧର୍ମେନ୍ଦ୍ରପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବର କାର୍ଯ୍ୟକ୍ରମ ଓ ଯୋଗଦେବାକୁଥିବା ଅତିଥିଗଣଙ୍କ ବିଷୟରେ ସୂଚନା ଦିଆଯାଇଥିଲା । ୫ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଭାଷା,ସାହିତ୍ୟ ଓ ସଂସ୍କୃତିବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସୋନପୁର ବିଧାୟକ ନୀରଞ୍ଜନ ପୂଜାହାରୀ, କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ, ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ତଥାଗତ ଶତପଥି, ଗୋପାଳକୃଷ୍ଣ ମହାପାତ୍ର, ଭବାନୀ ଶଙ୍କର ତ୍ରୀପାଠୀ ଓ ବିରୁପାକ୍ଷ ତ୍ରୀପାଠୀ ପ୍ରମୁଖ ଯୋଗଦେବା ପାଇଁ ସ୍ଥିରୀକୃତ ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପ୍ରଦର୍ଶିତ ହେବା ନେଇ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ଡ.ପ୍ରକାଶ ଦାସ, ରୂଦ୍ରଦେବ ପଧାନ, ବୀରେନ୍ଦ୍ର ବନଛୋର, ଶିରୀଶଚନ୍ଦ୍ର ହୋତା, ଶିବକୁମାର ମେହେର, ମୁକେଶ ବହିଦାର ପ୍ରମୁଖଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here