ଟିଟିଲାଗଡ଼ ସରକାରୀ ମହିଳା କଲେଜର ୩୧ ତମ ପ୍ରତିଷ୍ଠା ଦିବସ ପାଳିତ ।

0
104

ଟିଟିଲାଗଡ଼,୨୭/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଓ ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ଼ କ୍ଲଷ୍ଟର ସି.ଆର୍.ସି.ସି. ଶାଳିନୀ ଶତପଥୀ ଯୋଗଦେଇ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ବିଦ୍ୟାଳୟ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେବା ସହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜୈନ ବିଦ୍ୟାଳୟ ସହ ଜଡ଼ିତ ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୁତି ଦେଇଥିଲେ । ଏହି ଅବସରରେ “ମା ପାଇଁ ବୃକ୍ଷ ଟିଏ” କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ପରିସରରେ ଅତିଥିଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ବୃକ୍ଷ ରୋପଣ କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବେଲାଳସେନ ନାୟକ, ବବୁନ କୁମାର ସାହୁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଥବିର ସାହୁ, ଲିପ୍ସା ଆଚାରୀ, ଅବଳ ମାଝୀ, ଅନନ୍ତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here