୧୪୦ କେଜି ଗଞ୍ଜେଇ ଜବତ ମାମଲା ଫେରାର ଅଭିଯୁକ୍ତ ମହିଳା ଗିରଫ

0
102

ଟିଟିଲାଗଡ଼,୦୧/୦୯(ଜେଏନ୍ଏସ୍): ଅବକାରୀ ପୁଲିସ ତିନି ମାସ ତଳେ ଟିଟିଲାଗଡ଼ ସହରରୁ ଚୋରା ଚାଲାଣ ହେବାକୁ ଥିବା ୧୪୦ କେଜି ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ସଂପୃକ୍ତ ଅନ୍ୟତମ ଫେରାର ଅଭିଯୁକ୍ତ ଚେତାବନୀ ଦାସକୁ ଗତ ବିଳମ୍ବିତ ରାତିରେ ଅବକାରୀ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଗତ ମେ ମାସ ୧୨ ତାରିଖରେ ସ୍ଥାନୀୟ ହାଇସ୍କୁଲ ପଡ଼ା ନିବାସୀ ଚନ୍ଦନ ଦାସଙ୍କ ବାସଭବନରେ ଗଚ୍ଛିତ ଥିବା ୧୨୦ କେଜି ଗଞ୍ଜେଇ ଜବତ କରିବା ସହ ଏଠାରୁ ୨୦ କେଜିରୁ ଉର୍ଦ୍ଧ ଗଞ୍ଜେଇ ନେଇ ରେଳ ଷ୍ଟେସନକୁ ଯାଉଥିବା ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ପୁଲିସ ଗିରଫ କରିଥିଲା । ଘଟଣାରେ ସଂପୃକ୍ତ ଗଞ୍ଜେଇ ମାଫିଆ ମହାରାଷ୍ଟ୍ର କରଞ୍ଜା ନିବାସୀ ଓମ ପ୍ରକାଶ ରାମେଶ୍ଵର ରାଓ ନସାରେ (୧୯), ସାହିଲ ଅଶୋକ ରାଓ ସାରୋଡେ (୧୯) ଓ ଚନ୍ଦନ ଦାସ (୩୧)କୁ ଗିରଫ କରାଯାଇଥିବା ବେଳେ ଘର ମାଲିକ ଚେତାବନୀ ଦାସ ଫେରାର ହୋଇ ଯାଇଥିଲେ ।ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ଅଧିକାରୀ ଆଶିଷ ବେହେରା ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here