କେବୁଲ ଚୋରି ଯୋଗୁଁ ୨ ମାସ ଧରି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ : ଫେଲ ମାରିଛି ବସୁଧା ଯୋଜନା

0
75

ଟିଟିଲାଗଡ଼,୦୫/୦୭ (ଜେଏନ୍ଏସ୍), ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅନ୍ତର୍ଗତ ବସୁଧା ପ୍ରକଳ୍ପ ଟିଟିଲାଗଡ଼ ଓ ସଇଁତଳା ବ୍ଲକର ବିଭିନ୍ନ ଗ୍ରାମରେ ଫେଲ୍ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ନିର୍ମିତ ହୋଇଥିବା ପ୍ରକଳ୍ପ ସ୍ଥାନରେ ୨ ମାସରୁ ଉର୍ଦ୍ଧ ଧରି କେବୁଲ୍ ଚୋରି ହୋଇଯାଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କାନିଯୁରି, କୁରସୁଡ଼, ସିକୁଆଁ, ସିରେକେଲା, ଅମୂର୍ଲା, ଗୋଏଦାବ୍ରି, ଡୁମେରବାହାଲ୍ ଏବଂ ସଇଁତଳା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ଗ୍ରାମରେ ପାଣି ମୋଟରକୁ ସଂଯୋଗ ହୋଇଥିବା ଏ. ବି. କେବୁଲ୍ ଚୋରି ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେବେ ଏତେ ସବୁ ସ୍ଥାନରେ ଏକ ସଙ୍ଗେ କେବୁଲ ଚୋରି ହେବାକୁ ନେଇ ବିଭାଗୀୟ ସ୍ୱଚ୍ଛତା ପ୍ରତି ମଧ୍ୟ ସନ୍ଦେହ ସୃଷ୍ଠି ହୋଇଛି । କେବୁଲ ଚୋରିକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଓ ଖୁବଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯାଇ ଜଳ ଯୋଗାଣ ବ୍ୟବସ୍ଥା ସ୍ଵାଭାବିକ କରାଯିବା ନେଇ ନିର୍ବାହୀ ଯନ୍ତ୍ରୀ ରୋପ୍ୟ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here