ଓକିଲ ସଂଘ ଗୃହ ଓ କ୍ୟାଣ୍ଟିନର ଶିଳାନ୍ୟାସ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ।

0
42

ଟିଟିଲାଗଡ଼,୦୭/୦୧/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ସହର ନିକଟସ୍ଥ ଚାଁହାରଭଟା ଗାଁ ନିକଟରେ ନିର୍ମାଣଧୀନ କୋର୍ଟ ବିଲ୍ଡିଂ ପରିସରରେ ଓକିଲ ସଂଘ ଗୃହ ଓ କେଣ୍ଟିନର ଶିଳାନ୍ୟାସ କରାଯାଇଛି । ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରଣ ସିଂ ଆଭସି ମାଧ୍ୟମରେ ଏହି ଶିଳାନ୍ୟାସ କରିଥିଲେ ।

ଏହି ପ୍ରକଳ୍ପ ପାଇଁ ୨ କୋଟି ୧୦ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଏହାକୁ ନେଇ ଟିଟିଲାଗଡ଼ ଓକିଲ ସଂଘ ପକ୍ଷରୁ ସଭାପତି ସଞ୍ଜୟ ବେହେରା ମୁଖ୍ୟ ବିଚାରପତି ଜଷ୍ଟିସ ସିଂଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି । 

LEAVE A REPLY

Please enter your comment!
Please enter your name here