ନବୀନ ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ,୧୯/୯(ଜେଏନଏସ),ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମ୍ବର୍ଦ୍ଧିତ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ କରିଥିବା ବେଳେ ଏଥିରେ ରେକର୍ଡ ସଂଖ୍ୟକ ୧୪୦୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରରେ ସ୍ଵଇଛା ରେ ରକ୍ତଦାନ ପାଇଁ ରକ୍ତଦାତା ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ରକ୍ତଦାତା ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଅଞ୍ଚଳବାସୀ ଙ୍କୁ ସଚେତନ କରିଥିଲା।ଏହି ଶିବିରରୁ ସଂଗୃହିତ ରକ୍ତ ମଧ୍ୟରୁ ଟିଟିଲାଗଡ ରକ୍ତଭଣ୍ଡାର ସହ ବଲାଙ୍ଗୀର, ସୁବର୍ଣ୍ଣପୁର,ଭବାନୀପାଟଣା, ନୂଆପଡ଼ା ଓ ପଦ୍ମପୁର ରକ୍ତଭଣ୍ଡାର କୁ ପଠାଯାଇଥିଲା।ବିଧାୟକ ଶ୍ରୀ ଜୈନ ଙ୍କ ଏଭଳି ନିଆରା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ଅଞ୍ଚଳର ପ୍ରତ୍ୟେକ ପରିବାର ରୁ ଜଣେ ଲେଖାଏଁ ରକ୍ତଦାତା ସୃଷ୍ଟି କରାଯିବା ନେଇ ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles